ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଟ୍ରାଏଲ

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକାଶର ପ୍ରୟାସ ଜାରି ରହିଛି । ଏପରିକି କିଛି ଟିକା ଫଳପ୍ରଦ ବୋଲି ମଧ୍ୟ ଖବର ପ୍ରକାଶିତ ହେବା ସହିପରେ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା। ଆଉ ଏହି କରୋନା ସଙ୍କଟ ମଧ୍ୟରେ ଭାରତରେକୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି ।

ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । ପୂର୍ବରୁ ଅନିଲ ବିଜ ନିଜକୁ ସ୍ୱେଚ୍ଛାସେବୀ ଘୋଷଣା କରିଥିଲେ । କୋଭାକ୍ସିନ ଟିକା ନେବା ପରେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଅନିଲ । ୪୨ ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ଆସିବ । ପୂର୍ବରୁ ୨ଟି ପର୍ଯ୍ୟାୟର ପରୀକ୍ଷଣ ସଫଳ ହୋଇଛି ।

ଅନ୍ୟପଟେ କରୋନା ଭ୍ୟାକ୍ସିନ ପାଇଁ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ଓଡିଶା ସରକାର ପ୍ରସ୍ତୁତ ଅଛନ୍ତି। ପ୍ରସ୍ତୁତ ହୋଇଛି ଡାଟାବେଶ। ସ୍ୱାସ୍ଥ୍ୟ କର୍ମୀ ବୟସ୍କ ଓ ଗର୍ଭବତୀ ଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଆମେ ନିଷ୍ପତ୍ତି ନେବୁ ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।