ଭାରତ ସରକାରଙ୍କ ସୂଚନା କ୍ରମେ କରୋନାର ଚତୁର୍ଥ ଲହର ଦ୍ୱିତୀୟ ଲହର ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି । କିନ୍ତୁ ନିକଟରେ ଭାରତରେ ପାଦ ଦେଇଥିବା କରୋନା ଯୋଉ ବେଗରେ ମାଡ଼ି ଚାଲିଛି । ତାକୁ ଦେଖିଲା ପରେ ସରକାରଙ୍କ ଆଶ୍ୱାସନା ପ୍ରତି ଲୋକଙ୍କ ଭରସା ପାଉନି । କରୋନାର ପ୍ରଭାବ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ ।
କାନପୁର ଆଇଆଇଟି ଡାଇରେକ୍ଟର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲଙ୍କ ମତରେ ୨୦୨୨ ପରେ ସୃଷ୍ଟି ହୋଇଥିବା କରୋନାର ଭିନ୍ନ ଭିନ୍ନ ଭାରିଏଂଟ୍ ସଂକ୍ରମିତଙ୍କୁ ମରଣମୁହଁରେ ପକାଇ ନାହିଁ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଜ୍ଞାନେଶ୍ୱର ଚୌବେଙ୍କ ମତରେ କୋଭିଡ୍ ଚତୁର୍ଥ ଲହର ମଣିଷକୁ କଲବଲ କରିବ, ମାରିବନି । କୋଭିଡ୍ ଇଞ୍ଜେକସନ୍ ନେଇଥିବା ଲୋକମାନଙ୍କୁ ମଧ୍ୟ ପୂର୍ବ ଭଳି ସତର୍କ ରହିବାକୁ ପଡ଼ିବ ।
ଜମ୍ମୁ-କଶ୍ମୀର, ଅରୁଣାଚଳ ପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ବିହାର, ହରିଆଣା, ରାଜସ୍ଥାନ, ୟୁପି, ମଧ୍ୟ ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍୍ର, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଗୋଆ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁକୁ କରୋନାର ଚତୁର୍ଥ ଲହର ଗ୍ରାସ କରି ସାରିଛି । କରୋନା କବଳିତ ତାଲିକା ଭିତରେ ଏକ ନମ୍ବରରେ ରହିଛି କେରଳ । ତା’ ପଛକୁ ରହିଛି ମହାରାଷ୍ଟ୍ର ।