ଅଦାଲତରେ ମାମଲା ବୋଝ: ଗଡ଼ୁଛି ଶତାଧିକ ମାମଲା

ଅଦାଲତରେ ମାମଲା ବୋଝ । ସମାଧାନ ନହୋଇପାରି ବର୍ଷ ବର୍ଷ ଧରି ଗଡ଼ୁଛି….

ନୂଆଦିଲ୍ଲୀ : ଅଦାଲତରେ ମାମଲା ବୋଝ । ସମାଧାନ ନହୋଇପାରି ବର୍ଷ ବର୍ଷ ଧରି ଗଡ଼ୁଛି ଶହଶହ ମାମଲା । ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ଏଗୁଡିକ ଘରୋଇ ହିଂସା (ଡିଭି) ଆଇନ ଅଧୀନରେ ପଞ୍ଜିକୃତ ହୋଇଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ପକ୍ଷରୁ ଦାଖଲ ତଥ୍ୟରୁ ଜଣାଯାଇଛି । ଏନଏଏଲଏସଏ ପକ୍ଷରୁ ରାଜ୍ୟୱାରୀ ଏ ସମ୍ପର୍କିତ ତଥ୍ୟ ଅଦାଲତକୁ ପ୍ରଦାନ କରାଯାଇଛି । ଏହି ତଥ୍ୟରୁ ଜଣାଯାଇଛି ଯେ ଡିଭି ଆଇନ, ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଦେଶରେ ମୋଟ ୧,୧୯,୩୩୫୯ଟି ଘରୋଇ ହିଂସା ମାମଲା ପଞ୍ଜିକୃତ ହୋଇଛି । ୟୁପିରେ ସର୍ବାଧିକ ୨,୦୨,୮୮୦ ଏହିଭଳି ମାମଲା ପଞ୍ଜିକୃତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧,୯୬,୭୧୭ଟି ମାମଲା ପଞ୍ଜିକୃତ ହୋଇଛି । ସେହି ସମୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୧,୧୯,୬୮୪ ଏବଂ ମହାରାଷ୍ଟ୍ରରେ ୮୪,୬୩୭ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି । ରାଜସ୍ଥାନ ଓ ଦିଲ୍ଲୀରେ ବିଚାରାଧୀନ ଥିବା ଘରୋଇ ହିଂସା ମାମଲା ସଂଖ୍ୟା ଯଥାକ୍ରମେ ୨୭,୨୧୨ ଓ ୨୭,୦୪୩ ରହିଛି । ଓଡ଼ିଶାରେ ଘରୋଇ ହିଂସା ମାମଲା ୨୦୨୧ରେ ୩୩.୬୨% ବୃଦ୍ଧିପାଇଥିବା ରିପୋର୍ଟରୁ ଜଣାଯାଇଛି । କୋଭିଡ-୧୯ ଜନିତ ତାଲାବନ୍ଦ ସମୟରେ ଏହିଭଳି ହିଂସା ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଛି ।