ଦଲାଲଙ୍କ କବଳରୁ ମୁକ୍ତ ହେବ ଅଦାଲତ
ନୂଆଦିଲ୍ଲୀ: ନ୍ୟାୟ ବ୍ୟବସ୍ଥାରେ ସୁଧାର କରିବା ପାଇଁ ମୋଦୀ ସରକାର ଠୋସ୍ କଦମ୍ ଉଠାଇଛନ୍ତି । ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ଏକ ବିଧେୟକ ମଞ୍ଜୁର ହୋଇଥିଲା । ଉକ୍ତ ବିଧେୟକଟି ଡିସେମ୍ବର ୪ ତାରିଖରେ ଲୋକସଭାରେ ଗୃହୀତ ହୋଇଛି ।
ଅଦାଲତ ପରିସରକୁ ଦଲାଲଙ୍କ କବଳରୁ ମୁକ୍ତ ରଖିବା ମୋଦୀ ସରକାରଙ୍କ ଉଦ୍ଦେଶ୍ୟ । ଦଲାଲଙ୍କ କବଳରେ ପଡ଼ି ବହୁ ଲୋକ ନ୍ୟାୟାଳୟରେ ଫସି ଯାଉଛନ୍ତି ବୋଲି ସରକାର ଅନୁଭବ କରୁଛନ୍ତି । ସରକାର ଆଡଭୋକେଟ୍ (ଆମେଣ୍ଡମେଂଟ) ବିଲ ୨୦୨୩ ବିଧେୟକ ଆଗତ କରିଥିଲେ । ସଂସଦର ଉଭୟ ସଦନରେ ଉକ୍ତ ବିଲ ଅନୁମୋଦନ ଲାଭ କରିଛି । ବିଲଟି ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହରକୁ ଅପେକ୍ଷା କରିଛି ।
କେନ୍ଦ୍ର ଆଇନ ମନ୍ତ୍ରୀ ରାମ ମେଘୱାଲ ଲୋକସଭାରେ ବିଧେୟକ ଆଗତ କରି ବୁଝାଇବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ କ୍ଷମତାସୀନ ସରକାର ୧୪୮୬ ଔପନିବେଶକ କାନୁନକୁ ସମାପ୍ତ କରିଛନ୍ତି । ୟୁପିଏ ସରକାର ୧୦ ବର୍ଷ ଶାସନ କରିବା ଭିତରେ ଗୋଟିଏ ହେଲେ କାନୁନକୁ ଖତମ୍ କରି ନଥିଲେ ।