ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କୋଭିଡ ମାମଲା

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କୋଭିଡ-୧୯ ସଂକ୍ରମଣର ଦୈନିକ ମାମଲା । ସେହିପରି ଦୈନିକ ଟେଷ୍ଟ ପଜିଟିଭିଟି ହାର ମଧ୍ୟ ଗତ ୩ ସପ୍ତାହ ଭିତରେ ୮୦ ପ୍ରତିଶତ ହ୍ରାସ ପାଇଛି । ଏନେଇ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛି ।

ଅନ୍ୟପକ୍ଷରେ ଦେଶରେ ଦୈନିକ କୋଭିଡ ମାମଲା ହ୍ରାସ ପାଉଥିଲେ ବି କିଛି ଜିଲ୍ଲାରେ ସାପ୍ତାହିକ ଟେଷ୍ଟ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହୁଛି । ସେହିପରି ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ମଧ୍ୟ ବି କୋଭିଡ କଟକଣା ମାନି ସତର୍କ ରହିବାର ଆବଶ୍ୟକତା ରହିଛି । ତେବେ ସଂକ୍ରମଣ ମାମଲା କମିବାରୁ ବିଭିନ୍ନ ରାଜ୍ୟର ସରକାର କଟକଣାକୁ ଧିରେ ଧିରେ କୋହଳ କରୁଥିବା ସୂଚନା ମିଳିଛି ।