ଦେଶରେ ଏବେ ଦୈନିକ ୩ ଲକ୍ଷ ଟ୍ରେଣ୍ଡ କରୁଛି କୋଭିଡ କେସ

ନୂଆଦିଲ୍ଲୀ : ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ପଜିଟିଭ ମାମଲା । ସେହିପରି ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ଦେଶରେ ଦୈନିକ ୪ ଲକ୍ଷ ଟ୍ରେଣ୍ଡ୍‌ ପରେ ପୁଣି ୩ ଲକ୍ଷ ପାର କରିଛି କୋଭିଡ ମାମଲା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାରରୁ ଉଦ୍ଧ୍ୱର୍ କୋଭିଡ ମାମଲା ସାମ୍ନାକୁ ଆସିବା ସହ ୫୨୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଦେଶରେ ପ୍ରାୟ ୩ କୋଟି ୮୧ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେବା ସହ ୨୧୮୪୨୦୫ ସକ୍ରିୟ ମାମଲା ରହିଛି ।