ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ଏହି ରୋଗ ଦ୍ବାରା ପ୍ରାଣ ହରାଉଥିବା ବ୍ୟକ୍ତିବିଶେଷ ସଂଖ୍ୟା ମଧ୍ୟ ପ୍ରତିଦିନ ନୂଆ ରେକର୍ଡ ଛୁଉଁଛି। ତାଜା ସୂଚନା ମୁତାବକ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫୩ ହଜାର ପାର ହୋଇଯାଇଛି।
ଗତ ୨୪ ଘଣ୍ଟାରେ ଦେଶରେ ୯୭୭ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୩,୮୮୬ ଛୁଇଁଛି।। ଏଥିସହ ଗତକାଲି ଦେଶରେ ରେକର୍ଡ଼ ସଂଖ୍ୟକ ୯ ଲକ୍ଷ ୧୮ ହଜାର ୪୭୦ ସାମ୍ପୁଲ୍ ମଧ୍ୟ ଟେଷ୍ଟ ହୋଇଛି। ଏବେ ସୁଦ୍ଧା ମୋଟ ୩ କୋଟି ୨୬ ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପୁଲ୍ ଟେଷ୍ଟିଂ ସରିଛି।
ସେହିଭଳି ଦେଶରେ କରୋନାରେ ଆକ୍ରାନ୍ତ ହୋଇଥିବା ୨୦ ଲକ୍ଷ ୯୬ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇସାରିଲେଣି। ଏବେ ୬ ଲକ୍ଷ ୮୬ ହଜାର ୩୯୫ ଆକ୍ଟିଭ ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ପଜିଟିଭ୍ ରହିଥିବା ବେଳେ ୨୧ ହଜାର ଟପିଯାଇଛି ମୃତ୍ୟୁ ସଂଖ୍ୟା ।