ପାଟନା: ଆରଜେଡି ଓ କଂଗ୍ରେସକୁ କୋଳେଇ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ହୋଇଗଲେ । ମାତ୍ର ମଙ୍ଗଳବାର କ୍ୟାବିନେଟ୍ ସଂପ୍ରସାରଣ ପରେ ନୀତୀଶଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ଦଳର ୫ ଜଣ ବିଧାୟକ । ଅଗଷ୍ଟ ୨୪ ତାରିଖରେ ନୀତୀଶଙ୍କୁ ଆସ୍ଥା ଭୋଟ’ର ସମ୍ମୁଖୀନ ହେବେ । ତା’ ପୂର୍ବରୁ ଦଳୀୟ ବିଧାୟକମାନେ ଏପରି ଦୂରେଇ ରହିବା ଶୁଭସଂକେତ ନୁହେଁ । ମଙ୍ଗଳବାର ମହାଗଠବନ୍ଧନର ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ଭିତରେ ଆରଜେଡିର ୧୬, ଜେଡିୟୁର ୧୧, କଂଗ୍ରେସର ୨, ହମ୍’ରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଅସନ୍ତୁଷ୍ଟ ୫ ବିଧାୟକ ଭିନ୍ନଭିନ୍ନ କାରଣ ଦର୍ଶାଇ ଶପଥ ସମାରୋହରେ ଯୋଗ ଦେଇନାହାନ୍ତି ।