ଆତଙ୍କୀ ହମ୍‌ଲାରୁ ବଂଚିଗଲେ କ୍ରିକେଟ୍‌ ଅଧିନାୟକ ବାବର ଆଜମ

କ୍ୱେଟା ପୁଲିସ ଲାଇନ୍‌ରେ ବୋମା ଫୁଟିଥିଲା….

କରାଚୀ: ରବିବାର ପୁଣି ଏକ ଧମାକାରେ କମ୍ପିଛି ପାକିସ୍ତାନ । ବେଲୁଚିସ୍ତାନ ଅନ୍ତର୍ଗତ କ୍ୱେଟା ସହରରେ ଏକ ବୋମା ଫୁଟିବାରୁ ଅନ୍ୟୁନ ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ପରେ କ୍ୱେଟାସ୍ଥିତ ନବାବ ଆକବର ବୁଗତି ଷ୍ଟାଡିୟମରେ ହେବାକୁ ଥିବା ପାକିସ୍ତାନ ସୁପର ଲିଗ୍‌ (ଉଦଘାଟନୀ) ମୁକାବିଲାକୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା । ଉଦଘାଟନୀ ମ୍ୟାଚରେ ପାକ୍‌ କ୍ରିକେଟ୍‌ ଟିମ ଅଧିନାୟକ ବାବର ଆଜମ ଓ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଉପସ୍ଥିତ ଥିଲେ । ମାତ୍ର ବୋମା ବିସ୍ଫୋରଣରେ ସେମାନଙ୍କର କ୍ଷତି ଘଟିନାହିଁ ।

ସୂଚନା ମୁତାବକ ସୁରକ୍ଷା ଅଧିକାରୀଙ୍କୁ ମାରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲା ତାଲିବାନ୍‌ ତେହରିକ୍‌-ଏ-ତାଲିବାନ୍‌ ପାକିସ୍ତାନ (ଟିଟିପି) । ରବିବାର ବୋମାକାଣ୍ଡ ପାଇଁ ଟିଟିପି ନିଜକୁ ଦାୟୀ କରିଛି । କ୍ୱେଟା ପୁଲିସ ଲାଇନ୍‌ରେ ବୋମା ଫୁଟିଥିଲା । ଆହତଙ୍କ ଭିତରେ ଅଧିକାଂଶ ପୁଲିସ କର୍ମଚାରୀ ଅଛନ୍ତି ଓ ସରକାରୀ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଛି ।