କେନ୍ଙ୍କୁ କ୍ରିକେଟରଙ୍କ ଶୁଭେଚ୍ଛା
ୱିଲମସନ ସୋସିଆଲ ମିଡିଆରେ ପତ୍ନୀ ଓ ତାଙ୍କ ପୁଅଙ୍କ ଫଟୋ ସେୟାର କରି ଖୁସି ଖବର ଦେଇଥିଲେ…
ନୂଆଦିଲ୍ଲୀ : ନିକଟରେ କେନ୍ ୱିଲମସନଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ନିଜେ ୱିଲମସନ ସୋସିଆଲ ମିଡିଆରେ ପତ୍ନୀ ଓ ତାଙ୍କ ପୁଅଙ୍କ ଫଟୋ ସେୟାର କରି ଖୁସି ଖବର ଦେଇଥିଲେ । ଏହି ଖବର ସେୟାର କରିବା ପରେ କେନ୍ ୱିଲମସନଙ୍କୁ ପୂର୍ବତନ କ୍ରିକେଟର ସୁରେଶ ରାଇନା, ରଶିଦ ଖାନ, ଜାସନ ହୋଲ୍ଡୋର, ଡେଭିଡ ୱାର୍ଣ୍ଣର, ନ୍ୟୁଜିଲାଣ୍ଡ ଓ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ସମେତ ଅନ୍ୟ ପ୍ରମୁଖ ଖେଳାଳି ୱିଲମସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, କେନ ୱିଲମସନ ଚଳିତ ଆଇପିଏଲ-୨୦୨୨ରେ ଶେଷ ଲିଗ ମ୍ୟାଚ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।