ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି । ସେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି । ଖାସ କଥା ଯେ, ଦ୍ରୌପଦୀଙ୍କୁ ସହ ଅନ୍ୟ ଦଳର ସମର୍ଥନ ମଧ୍ୟ ମିଳିଥିଲା । କିଛି ବିରୋଧୀ ସାଂସଦ ଓ ବିଧାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ତେବେ ସବୁଠୁ ବଡ ଝଟକା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଥିବା କୁହାଯାଉଛି । ମମତା ବାନାର୍ଜୀଙ୍କ ଦଳର ଅନେକ ନେତା କ୍ରସ ଭୋଟିଂ କରିଛନ୍ତି । ବିଜେପି ନେତା କହିଛନ୍ତି ଯେ, ଟିଏମସିର ଦୁଇଜଣ ସାଂସଦ ଓ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ଏହାସହ ୨ ସାଂସଦ ଓ ୪ ବିଧାୟକଙ୍କ ଭୋଟ ରବ୍ଦ ହୋଇଛି । ଏହାସହ ପଶ୍ଚିମବଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ଶୁଭ ଖବର ବୋଲି ସେ କହିଛନ୍ତି ।