ରୁଷ-ୟୁକ୍ରେନ ୟୁଦ୍ଧ ପାଇଁ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ ପଞ୍ଜମ ଦିନରେ ପହଞ୍ôଚଛି । ଯାହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡିଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାର ପାର କଲାରି । ତେବେ ଏହାରି ଭିତରେ ଭାରତରେ ଏନେଇ ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ ଦର ଜାରି କରିଛନ୍ତି । ତେବେ ଏହି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାବେଳେ ଘରୋଇ ବଜାରରେ ଦର ସ୍ଥିର ରହିଛି । ଭାରତରେ ଗତ କିଛି ମାସ ହେବ ପେଟ୍ରେଲ-ଡିଜେଲ ବଢିନାହିଁ । ବର୍ତ୍ତମାନ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ୮୬.୬୭ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଟଙ୍କା ଓ ଡିଜେଲ ୯୪.୧୪ ଟଙ୍କା, କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ଓ ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଥିଲା ବେଳେ ଡିଜେଲ ୯୧.୪୩ ଟଙ୍କା ରହିଛି । ସୂଚନାଯୋଗ୍ୟ, ରୁଷ-ୟୁକ୍ରେନ ଘୋମାଘୋଡ ଲଢେଇ ପାଇଁ ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।