ଶୃଙ୍ଖଳା ଲାଗି ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି
ଦେଶରେ ଶାନ୍ତି ଶୃଙ୍ଖଳା ସ୍ଥିତିକୁ ବଜୟ ରଖିବା ପାଇଁ ଶ୍ରୀଲଙ୍କା ସରକାରଙ୍କ…
ନୂଆଦିଲ୍ଲୀ : ଦେଶରେ ଶାନ୍ତି ଶୃଙ୍ଖଳା ସ୍ଥିତିକୁ ବଜୟ ରଖିବା ପାଇଁ ଶ୍ରୀଲଙ୍କା ସରକାରଙ୍କ କର୍ଫ୍ୟୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ କର୍ଫୁ ନିୟମ ଉଲ୍ଲଂଘନ କରିବା, ସାଧାରଣ ଲୋକଙ୍କୁ ଆକ୍ରମଣ କରିବା, ସରକାର ଓ ଲୋକଙ୍କ ସମ୍ପତ୍ତି ନଷ୍ଟ ପ୍ରଭୃତି ମାମଲାରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯିବା ସହ ୬୮ ଜଣଙ୍କୁ ରିମାଣ୍ଡରେ ପଠାଯାଇଛି । ସେହିପରି ନୂତନ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରନିଲ ବିକ୍ରମ ସିଂହ କହିଛନ୍ତି କି ଦେଶରେ କ’ଣ ପାଇଁ ଆର୍ଥିକ ସଙ୍କଟ ପରିସ୍ଥିତି ଉପୁଜିଛି ତାର ସମ୍ପୂର୍ଣ୍ଣ ବିବରଣୀ ଦେବେ ।