ସ୍ଥଳଭାଗ ଛୁଇଁଲା ‘ନିଭାର’-shaksi news


ଚେନ୍ନାଇ : ବୁଧବାର ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା ନିଭାର।ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା। ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିଥିବା ଦେଖାଯାଇଛି। ଏଥିଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉପକୂଳ ତାମିଲନାଡୁ ଓ ପୁଡୁଚେରୀର ବହୁ ଅଞ୍ଚଳରୁ ୨୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତାମିଲନାଡୁ ଗୁରୁବାର ଦିନକୁ ଛୁଟି ଘୋଷଣା କରିଛି।