ଡଙ୍ଗା ଉପରେ ସିଲିଣ୍ଡର ଫାଟି ୪ ମୃତ୍ୟୁ
ଏଥିରେ ମଧ୍ୟ ନିଆଁ ଲାଗିଛି ଏବଂ ଡଙ୍ଗା ବାଡ଼ରେ ଫଶି ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା…..
ପାଟନା : ଏକ ଡଙ୍ଗା ଉପରେ ହୋଇଥିବା ସିଲିଣ୍ଡର ବ୍ଲାଷ୍ଟରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟକେତେକ ଆହତ ହୋଇଛନ୍ତି । ସୂଚନା ମୁତାବିକ ଡଙ୍ଗାରେ ଖାଦ୍ୟ ତିଆରି କରାଯାଉଥିଲା । ଏହି ସମୟରେ ସିଲିଣ୍ଡରରେ ବ୍ଲାଷ୍ଟ ହୋଇଛି । ଘଟଣା ପରେ ଆଖପାଖର ଡଙ୍ଗାରେ ଥିବାଯାତ୍ରୀ ଭୟଭୀତ ହୋଇଛନ୍ତି । କୁହାଯାଉଛି ଯେ ଏହି ଡଙ୍ଗାରେ ପାଖାପାଖି ୨୦ ଯାତ୍ରୀ ଥିଲେ । ଡଙ୍ଗାରେ ଡିଜେଲ ମଧ୍ୟ ରଖାଯାଇଥିଲା । ଏଥିରେ ମଧ୍ୟ ନିଆଁ ଲାଗିଛି ଏବଂ ଡଙ୍ଗା ବାଡ଼ରେ ଫଶି ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ଦୁର୍ଘଟଣାର ସୂଚନା ପରେ ମନେର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି଼ ତଦନ୍ତ ଚଳାଇଛି ।