ବିବାହ କରିବାକୁ ଯୋଜନା କରୁଛନ୍ତି ଦବଙ୍ଗ ଅଭିନେତ୍ରୀ!

ନୂଆଦିଲ୍ଲୀ : ବର୍ତ୍ତମାନ ବି ଟାଉନରେ ଏବେ ବିବାହର ଉତ୍ସବ ଆସିଛି । ଏଥିରେ ଅନେକ ବଡବଡ ଅଭିନେତା ଓ ଅଭିନେତ୍ରୀ ବିବାହ କରିସାରିଲେଣି । ଅନ୍ୟପକ୍ଷରେ ଅନେକ ସେଲିବ୍ରିଟି ମଧ୍ୟ ବିବାହ ଲାଗି ଯୋଜନା କରିସାରିଥିବା ମଧ୍ୟ ଜଣାପଡିଛି । ଅନ୍ୟପକ୍ଷରେ ଆଗାମୀ ବିବାହ ତାଲିକାରେ ଆଉଏକ ସେଲିବ୍ରିଟି ନାମ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆଉ ଏହି ଲିଷ୍ଟରେ ବଲିଉଡର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଛନ୍ତି ।

ସୂଚନା ଅନୁଯାୟୀ ସୋନାକ୍ଷୀ ଖୁବ୍‌ ଶୀଘ୍ର ବଣ୍ଟି ସାଜଦେହଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି । ଏକ ରିପୋର୍ଟ ଅନୁଯାୟୀ ଏହି ସେଲିବ୍ରିଟି ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ସୋନାକ୍ଷୀଙ୍କ ପରିବାର ବଣ୍ଟିଙ୍କୁ ବହୁତ ଭଲ ପାଆନ୍ତି । ୨୦୧୦ ମସିହାରେ ସୋନାକ୍ଷୀ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଅନ୍ୟପକ୍ଷରେ ୨୦୧୬ରେ ମଧ୍ୟ ବଣ୍ଟି ଏବଂ ସୋନାକ୍ଷୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା । ଏହା ପରେ ସେମାନଙ୍କ ବ୍ରେକଅପ୍‌ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ଉଭୟ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।