ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦବଙ୍ଗ ଖାନ୍‌

ମୁମ୍ବାଇ : ବଲିଉଡ ଅଭିନେତା ଦବଙ୍ଗ ଅଭିନେତା ସଲମାନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୯ରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିମ୍ନ ଅଦାଲତ ସଲମାନ ଓ ତାଙ୍କର ଅଙ୍ଗରକ୍ଷୀଙ୍କୁ ଏପ୍ରିଲ ୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଖାରଜ କରିବାକୁ ସଲମାନ୍‌ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି ।