ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଟସ୍ ହାରି ଯାଇଛି। ୱେଷ୍ଟଇଣ୍ଡିଜର କାମ ଚଳା ଅଧିନାୟକ ନିକୋଲ୍ସ ପୁରନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି।
ଆଜିର ମ୍ୟାଚ୍ରେ ଇଣ୍ଡିଜ ଟିମର ନିୟମିତ ଅଧିନାୟକ କାଏରନ ପୋଲାର୍ଡ ଖେଳୁନାହାନ୍ତି। ଆହତ ଯୋଗୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ପୁରନ ଦଳର କମାଣ ସମ୍ଭାଳିଛନ୍ତି। ପୋଲାର୍ଡଙ୍କ ସ୍ଥାନରେ ଓଡେନ ସ୍ମିଥ ଆଜି ମୈଦାନକୁ ଓହ୍ଲାଇବେ। ଦଳକୁ ଉପ ଅଧିନାୟକ କେଏଲ ରାହୁଲ ଫେରିଛନ୍ତି। ଏହି କାରଣରୁ ଈଶାନ କିଶନଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ରାହୁଲ ଓ ରୋହିତ ଇନିଂସ ଆରମ୍ଭ କରିବେ।