ଟେଷ୍ଟ କ୍ରିକେଟରୁ ଅବସର ନେଲେ ଡି’କକ୍‌

ସେଞ୍ଚୁରିୟନ : ଦକ୍ଷିଣ ଆଫ୍ରିକା ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି । ସେଞ୍ଚୁରିୟନ୍‌ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିକଟରୁ ପରାସ୍ତା ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଡି’କକ୍‌ କହିଛନ୍ତି ଯେ, ଏହି ଅବସର ନିଷ୍ପତ୍ତି ସହଜ ନଥିଲା । ଦୀର୍ଘ ଦିନ ଧରି ଏ ବିଷୟରେ ଚିନ୍ତା କରୁଥିଲି । ମୁଁ ଟେଷ୍ଟ କ୍ରିକେଟ୍‌ ଏବଂ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଭଲପାଏ ।

ସେ ଆହୁରି କରିଛନ୍ତି ଯେ, ଏବେ ସୀମିତ ଓଭର କ୍ରିକେଟ ପ୍ରତି ଅଧିକ ଗୁରୁତ୍ୱ ଦେବି । ୨୦୧୪ରେ ଟେଷ୍ଟ ପଦାର୍ପଣ କରିବା ପରଠୁ ଦଳର ନିୟମିତ ସଦସ୍ୟ ରହି ଆସିଥିଲେ । ସେ ୫୪ଟି ଟେଷ୍ଟରୁ ୩୩୦୦ ରନ ସଂଗ୍ରହ କରିବା ସହ ୬ଟି ଶତକ ଓ ୨୨ଟି ଅର୍ଦ୍ଧଶତକ କରିଛନ୍ତି ।