ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ୩୮ତମ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ମିଷ୍ଟର ୩୬୦ ଭାବେ ଜଣାଶୁଣା ଡିଭିଲିୟର୍ସ ଜଣେ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ । ଡିଭିିଲିୟର୍ସ ୨୦୧୮ରେ ସେ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ତେବେ ତାଙ୍କ ବନ୍ଧୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏନେଇ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ ଡିଭିଲିୟର୍ସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଡିଭିଲିୟର୍ସ ଓ ବିରାଟ କୋହଲି ବାଙ୍ଗାଲୋର ପାଇଁ ଅନେକ ମ୍ୟାଚ ଖେଳିଛନ୍ତି ।