ପରକୀୟା ପ୍ରୀତିରେ ସ୍ତ୍ରୀ: ବିରୋଧ କରିବାରୁ ସ୍ୱାମୀକୁ ହତ୍ୟା

ରାଜସ୍ଥାନ: ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିଛି । ଦୁଇ ପ୍ରେମିକଙ୍କୁ ଲଗାଇ ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀକୁ ପୋଲିସ ଗିରଫ କରିଛି । ରାଜସ୍ଥାନର ବାଡମେର ପୋଲିସ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ତାଙ୍କର ୩୭ ବର୍ଷୀୟା ସ୍ତ୍ରୀକୁ ଦୁଇ ପ୍ରେମିକଙ୍କ ସହ ଗିରଫ କରିଛି । ପୋଲିସ ଅନୁସାରେ, ଜରୀନା ବାନୋର ନିଜର ଦୁଇ ସମ୍ପର୍କୀୟ ଆଲାଦ୍ଦିନ ଖାନ ଏବଂ ବରକତ ଖାନ ସହ ଅବୈଧ ସମ୍ପର୍କ ଥିଲା । ଏହି ୩ ଜଣ ମିଶି ବାନୋର ସ୍ୱାମୀ ୟୁସୁବ ଖାନଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । ଆଲାଦ୍ଦିନ ଏବଂ ବରକତ ୟୁସୁଫ ଖାନଙ୍କୁ ଶୂନଶାନ ସ୍ଥାନକୁ ଡାକିଥିଲେ । ଏହା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ସେମାନେ ହତ୍ୟା କରିଥିଲେ । ୟୁସୁଫଙ୍କ ମୃତଦେହକୁ ସେମାନେ ଏକ କଲେଜ ପାଖରେ ଫିଙ୍ଗି ଦେଇଥିଲେ । ଏହି ମାମଲାରେ ପୋଲିସ ପ୍ରଥମେ ବରକତକୁ ଗିରଫ କରି ପଚରାଉଚରା କରିଥିଲା । ହତ୍ୟା ଷଡ଼ଯନ୍ତ୍ର ନେଇ ବରକତ ମାନିଥିବା ବେଳେ ଏଥିରେ ୟୁସୁଫଙ୍କ ସ୍ତ୍ରୀ ଜରୀନା ସାମିଲ ଥିବା ନେଇ କହିଥିଲା । ୟୁସୁଫ ମଦ୍ୟପାନ କରି ଜରୀନାକୁ ମାରପିଟ କରୁଥିଲେ । ସେଥିପାଇଁ ତାଙ୍କ ପାଖରେ ବରକତ ଖାନ ରହୁଥିଲା । ଏହି ସମୟରେ ଜୀରନା ଏବଂ ବରକତଙ୍କ ମଧ୍ୟରେ ଅବୈଧ ସମ୍ପର୍କ ସ୍ଥାପନ ହୋଇଥିଲା ।
ଏନେଇ ୟୁସୁଫ ଜାଣିବା ପରେ ବିରୋଧ କରିବା ସହ ବରକତକୁ ବାହାର କରିଦେଇଥିଲେ । ଏହି ସମୟରେ ଆଲାଦ୍ଦିନ ଜରୀନା ଏବଂ ବରକତର ସମ୍ପର୍କ ଜାଣିପାରିଥିଲା । ଏହାର ଫାଇଦା ଉଠାଇ ସେ ମଧ୍ୟ ଜରୀନା ସହ ସମ୍ପର୍କ ସ୍ଥାପନ କରିଥିଲା । ପରେ ୩ ଜଣ ମିଶି ୟୁସୁବଙ୍କୁ ମାରିବାକୁ ଯୋଜନା କରିଥିଲେ ।