ଘାତକ ସାଜୁଛି ବାୟୁ ପ୍ରଦୂଷଣ, ବର୍ଷକରେ ଯାଇଛି ୮୧ଲକ୍ଷ ଜୀବନ

ଘାତକ ସାଜୁଛି ବାୟୁ ପ୍ରଦୂଷଣ । ଚାଲିଯାଉଛି ଅମୂଲ୍ୟ ଜୀବନ । ବର୍ଷକରେ ଯାଇଛି ୮୧ଲକ୍ଷ ଜୀବନ । ଚୀନରେ ୨୩ ଲକ୍ଷ, ଭାରତରେ ୨୧ ଲକ୍ଷ ଲୋକଙ୍କ ମୃତୁ୍ୟ ହୋଇଛି । ଶିଶୁ ଓ ବୟସ୍କଙ୍କ ଉପରେ ପଡୁଛି ଅଧିକ ପ୍ରଭାବ । ଭାରତରେ ଯାଇଛି ୧ଲକ୍ଷ ୬୯ହଜାର ଶିଶୁଙ୍କ ଜୀବନ । ଦିନକୁ ଯାଉଛି ୪୬୪ ଜୀବନ । ବିଶ୍ୱର ପ୍ରତିଦିନ ପ୍ରାଣ ହରାଉଛନ୍ତି ୨ହଜାର ଶିଶୁ । ପ୍ରଦୂଷଣରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଦକ୍ଷିଣ ଏସିଆ ।

ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୨୦୨୧ରେ ପ୍ରାୟ ୮୧ଲକ୍ଷ୍ୟ ଲୋକଙ୍କ ଜୀବନ ଯାଇଛି । ଏହି ସଂଖ୍ୟା ଦୁନିଆରେ ହୋଇଥିବା ମୋଟ ମୃତ୍ୟୁର ୧୨ ପ୍ରତିଶତ । ସର୍ବାଧିକ ମୃତୁ୍ୟ ଭାରତ ଏବଂ ଚୀନର ବୋଲି ହେଲ୍ଥ ଇଫେକ୍ଟ ଇନଷ୍ଟିଚ୍ୟୁଟ ରିପୋର୍ଟରେ ପ୍ରକାଶ ପାଇଛି । ଚୀନରେ ୨୩ଲକ୍ଷ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ଭାରତରେ ୨୧ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏଚଇଆଇର ରିପୋର୍ଟ ଅନୁସାରେ ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ । ଭାରତ ପରେ ନାଇଜେରିଆରେ ୧ଲକ୍ଷ ୧୪ହଜାର ୧ଶହ, ପାକିସ୍ତାନରେ ୬୮ହଜାର ୧ଶହ, ଇଥିଓପିଆରେ ୩୧ ହଜାର ଏବଂ ବାଲାଂଦେଶରେ ୧୯ହଜାର ପିଲାଙ୍କ ମୃତୁ୍ୟ ହୋଇଛି ।

୨୦୨୧ରେ ପାକିସ୍ତାନରେ ବାୟୁ ପ୍ରଦୂଷଣ ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୫୬ ହଜାର ଥିବା ବେଳେ ବାଲାଂଦେଶରେ ୨ଲକ୍ଷ ୩୬ହଜାର ୩ଶହ, ମିଆଁମାରରେ ୧ଲକ୍ଷ ୧୬ଶହ, ଇଣ୍ଡୋନେସିଆଇରେ ୨ଲକ୍ଷ ୨୧ହଜାର ୬ଶହ ଲୋକଙ୍କ ମୃତୁ୍ୟ ହୋଇଛି । ରିପୋର୍ଟରେ କୁହାଯାଇଛି, ପରିବହନ, ନିର୍ମାଣ କାର୍ଯ୍ୟ, ଜଙ୍ଗଲ ନିଆଁ ଏବଂ ଜିବାଶ୍ମ ଇନ୍ଧନ ଆଦିରୁ ଉତ୍ପନ୍ନ ହେଉଥିବା ପିଏମ ୨.୫ ଭଳି ପ୍ରଦୂଷକ ୯୦ ପ୍ରତିଶତ ମୃତ୍ୟୁର କାରଣ ।

ଏହା ବ୍ୟତୀତ ଘରୋଇ ବାୟୁ ପ୍ରଦୂଷଣ, ଗାଡିରୁ ବାହାରୁଥିବା ଧୂଆଁରୁ ଉତ୍ପନ୍ନ ଓଜୋନ ଗ୍ୟାସ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ମଧ୍ୟ ଲୋକଙ୍କ ଅସୁସ୍ଥତାର କାରଣ ପାଲଟିଛି । ଘର ବାହାରେ ଯେତିକି ଲୋକ ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି, ଘର ଭିତରେ ମଧ୍ୟ ସେତିକି ଲୋକ ପ୍ରଭାବିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । ଏଚଇଆଇ ଏହି ରିପୋର୍ଟ ୨୦୦ରୁ ଅଧିକ ଦେଶ ଏବଂ ବିଭିନ୍ନ ରାଜ୍ୟରେ ସର୍ଭେ କରି ରିପୋର୍ଟ ପ୍ରକାଶ କରିଛି ।