ୟୁକ୍ରେନରେ ମାର୍ସଲ ଲ’ ଘୋଷଣା

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ: ରୁଷର କଡ଼ା ମୁକାବିଲା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଦେଶବାସୀଙ୍କୁ ଏକ ବଡ଼ ଆହ୍ୱାନ ଦେବାସହ ଦେଶବାସୀଙ୍କ ସହାୟତା ଲୋଡ଼ିଛନ୍ତି । ରୁଷର ଏଭଳି ଆକ୍ରମଣ ପରେ ସେ କହିଛନ୍ତି ଦେଶର ଯେକୌଣସି ନାଗରିକ ଅସ୍ତ୍ର ଉଠାଇବାକୁ ସକ୍ଷମ, ସେମାନେ ଯୁଦ୍ଧରେ ସାମିଲ ହୁଅନ୍ତୁ ଓ ଦେଶପାଇଁ ଲଢ଼ନ୍ତୁ ।

ସୂଚନା ଥାଉକି, ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଦେଶରେ ମାର୍ସଲ ଲ’ ଘୋଷଣା କରି ଆହ୍ୱାନ ଦେଇ କହିଛନ୍ତି ଯେ, ମୁକାବିଲା ପାଇଁ ଦେଶବାସୀ ସରକାରଙ୍କ ସାଥୀରେ ରୁହନ୍ତୁ । ଯେଉଁମାନେ ଅସ୍ତ୍ର ଉଠାଇବାକୁ ସକ୍ଷମ, ସେମାନେ ଯୁଦ୍ଧରେ ସାମିଲ ହୋଇ ରୁଷକୁ କଡ଼ା ଜବାବ ଦିଅନ୍ତୁ । ଦେଶର ମାର୍ସଲ ଲ’ ଲାଗିବା ପରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ତେବେ ଜାଣିନେବ ଏହି ମାର୍ସଲ ଲ’ ହେଉଛି , ଦେଶରେ ଏକ ବଡ଼ ଧରଣର ବିପଦ ବେଳେ ଏହି ଆଇନ ଲାଗୁ କରାଯାଇପାରେ,
ବଡ଼ ଧରଣର ଗୃହଯୁଦ୍ଧ ବା ଅନ୍ୟ ଦେଶ ସହ ଯୁଦ୍ଧ ବେଳେ ଏହା ଲାଗୁ ହୁଏ, ଏହି ସମୟରେ ସାମରିକ ବାହିନୀକୁ ଅଧିକନ୍ତୁ କ୍ଷମତା ମିଳି ଥାଏ,ନାଗରିକଙ୍କ ସ୍ୱାଧୀନ ବିଚରଣ, ସ୍ୱାଧୀନ ମତପ୍ରକାଶର ଅଧିକାରକୁ ରଦ୍ଦ କରାଯାଏ, ରାଜନୈତିକ ଦଳ ଓ ରାଜନେତାଙ୍କ ଉପରେ କଟକଣା ଲାଗିପାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଜାପାନରେ ସାମରିକ ଆଇନ ଜାରି ହୋଇଥିଲା, ପାକିସ୍ତାନରେ ଆଜି ଯାଏଁ ୪ ଥର ମାର୍ସଲ ଲ’ ଲାଗି ସାରିଛି ।