ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟର ବେଶବଲ ସହର ନିକଟସ୍ଥ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପୂଜା ସାରି ବାହରକୁ ଆସିବା ପରେ କେଜ୍ରିୱାଲ କହିଛନ୍ତି ଯେ, ଦେଶର ପ୍ରଗତି ଓ ଲୋକଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛି । ଏଥିସହିତ ବିଷାକ୍ତ ମଦ ପିଇ ବୋଟାଦ କସବେରେ ପ୍ରାଣ ହରାଇଥିବା ୨୧ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ଗୁଜରାଟରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ଆୟୋଜିତ ହେବ । ସେଥିପାଇଁ ଦିଲ୍ଲୀ, ପଞ୍ଜାବ ପରେ କେଜ୍ରିୱାଲ ଏବେ ଗୁଜରାଟ ଦଖଲର ଲକ୍ଷ୍ୟ ରଖିଛନ୍ତି ।