ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅପବ୍ୟବହାର ଅଭିଯୋଗରେ ଏନଫୋର୍ସମେଂଟ ଡିରେକ୍ଟୋରେଟ୍ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବା ବାବଦରେ ବେଆଇନ ବାଟ ଦେଇ ବିପୁଳ ଟଙ୍କା କାରବାରକୁ ମନି ଲଣ୍ଡରିଂ ଅନ୍ତର୍ଭୁକ୍ତ କରାଯାଇ ଇଡି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଇଡି ପକ୍ଷରୁ ଜାରି କରାଯାଇଥିବା ୯ଟି ନୋଟିସକୁ କେଜ୍ରିୱାଲ ଅବମାନନା କରି ଆସୁଥିଲେ । ଦିଲ୍ଲୀ ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ହାଇକୋର୍ଟଙ୍କ ନିକଟରୁ ସୁରକ୍ଷା କାମନା କରିଥିଲେ କେଜ୍ରିୱାଲ ମାତ୍ର ତାଙ୍କୁ କୌଣସି ପ୍ରକାର ସୁରକ୍ଷା ଦେବା ପାଇଁ ହାଇକୋର୍ଟ ରାଜି ହୋଇ ନଥିଲେ ।