ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

୧୫ ମାସ ମାଗଣାରେ ମିଳିବ ଚିନି

ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ….

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବିତରଣକୁ ମଞ୍ଜୁରି ଦିଆଯାଇଛି।

ଏହି ନିଷ୍ପତି ଜାନୁଆରୀ ୨୦୨୬ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଦିଲ୍ଲୀରେ କାର୍ଯ୍ୟକାରୀ ହେବ ଏବଂ ସମସ୍ତ ଇଇଣ କାର୍ଡଧାରୀଙ୍କୁ ଏହି ଲାଭ ମିଳିବ। ଯୋଗ୍ୟ ପରିବାରକୁ ମୋଟ୍‌ ୧୫ ମାସ ପାଇଁ ମାଗଣା ଚିନି ଯୋଗାଇବାକୁ ନିଷ୍ପତି ନିଆଯାଇଛି। ଏହି ସରକାରୀ ନିଷ୍ପତିକୁ ଦିଲ୍ଲୀବାସୀ ବିଶେଷ କରି ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ଏକ ପ୍ରମୁଖ ନୂତନ ବର୍ଷର ଉପହାର ଭାବରେ ବିବେଚନା କରାଯାଉଛି ଯାହା ଲକ୍ଷ ଲକ୍ଷ ପରିବାରକୁ ସିଧାସଳଖ ଆଶ୍ୱସ୍ତି ପ୍ରଦାନ କରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଏବଂ ଅସହାୟଙ୍କ କଲ୍ୟାଣ ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ସ୍ପଷ୍ଟ କରିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୌଣସି ଗରିବ ପରିବାର ମୌଳିକ ଆବଶ୍ୟକତାରୁ ବଂଚିତ ନ ହୁଅନ୍ତି। ଖାଦ୍ୟ ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସମାନ ସୁଯୋଗ ସରକାରଙ୍କ ନୀତିର ଅବିଚ୍ଛେଦ୍ୟ ଅଂଶ। ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଏପରି ନିଷ୍ପତି ସମାଜର ଦୁର୍ବଳ ବର୍ଗକୁ ଏକ ମର୍ଯ୍ୟାଦାଜନକ ଜୀବନ ପ୍ରଦାନ କରିବା ଦିଗରେ ଏକ ଠୋସ ପଦକ୍ଷେପ। ପ୍ରତ୍ୟେକ ଇଇଣ ପରିବାରକୁ ପ୍ରତି ମାସରେ ଗହମ, ଚାଉଳ ସମେତ ୩୫ କିଲୋ ଖାଦ୍ୟଶସ୍ୟ ଦିଆଯାଏ।