ବିଷ ବଳୟରେ ଦିଲ୍ଲୀ: ପ୍ରତି ଚାରିଜଣରେ ଜଣକୁ ନେଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ପ୍ରାକୃତିକ ପରିବେଶର ସୁରକ୍ଷା ପ୍ରତି ଆମେ ଓ ଆମ ସରକାର ପ୍ରଯତ୍ନ ନକଲେ, ଦେଶବାସୀଙ୍କୁ ତା’ର ପ୍ରତିଫଳ ଭୋଗିବାକୁ ପଡ଼ିବ । ବିକାଶ ଦୌଡ଼ରେ ସାମିଲ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପଦକ୍ଷେପ କାରଣରୁ ଦେଶର ପ୍ରମୁଖ ସହରଗୁଡ଼ିକ କ୍ରମେ ବିଷାକ୍ତ ହୋଇଯାଉଛି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ରାଜଧାନୀ ନୂଆଦିଲ୍ଲୀରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଉଦ୍‌ବେଗଜନକ ତଥ୍ୟ ଉପସ୍ଥାପନ କରିଛି । ମେଡିକାଲ ସାର୍ଟିଫିକେସନ୍‌ ଅଫ୍‌ କଜ୍‌ ଅଫ୍‌ ଡେଥ୍‌ ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ଦିଲ୍ଲୀରେ ବର୍ଷକୁ ଯେତିକି ଜୀବନ ହରାଉଛନ୍ତି, ସେମାନଙ୍କ ଭିତରୁ ପ୍ରତି ଚାରିଜଣରେ ଜଣେ ଶ୍ୱାସଜନିତ ରୋଗରେ ପୀଡ଼ିତ ।

ରାଜଧାନୀ ନୂଆଦିଲ୍ଲୀରେ ପ୍ରତି ୯ ଜଣଙ୍କ ଭିତରୁ ଜଣେ ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ମରୁଛନ୍ତି । ୨୦୨୩ ମସିହାରେ ରାଜଧାନୀ ନୂଆଦିଲ୍ଲୀରେ ପ୍ରାୟ ୨୧ ହଜାର ଜଣ ଯକ୍ଷ୍ମା, ହଇଜା, ତରଳ ଝାଡ଼ା ଓ ହେପାଟାଇଟ୍ସ ବି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଜୀବନ ହରାଇଛନ୍ତି ।