ସୁରକ୍ଷା ବଳୟରେ ଦିଲ୍ଲୀ, ଆଇଏସଆଇଏସ୍ ଆତଙ୍କବାଦୀକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଏକ ବଡ଼ ଧରଣର ବିସ୍ଫୋରଣକୁ ଦିଲ୍ଳୀ ପୁଲିସର ସ୍ପେଶାଲ ସେଲ୍ ଏଡ଼ାଇବାରେ ସଫଳ ହୋଇଛି। ଜଣେ ଆଇଏସଆଇଏସ୍ ଆତଙ୍କବାଦୀ ହମଲା କରିବା ପାଇଁ ଯୋଜନା କରୁଥିବାବେଳେ ତାକୁ ଏନକାଉଣ୍ଟର ପରେ ଗିରଫ କରାଯାଇଛି।

ଗିରଫ ଆଇଏସଆଇଏସ୍ ଆତଙ୍କବାଦୀ ହେଲା ଅବଦୁଲ ୟୂୁସୁଫ। ତାଠାରୁ ପୁଲିସ କେତେକ ବିସ୍ଫୋରକ ଦ୍ରବ୍ୟ, ଆଇଡି ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି। ସ୍ପେଶାଲ ସେଲ ତାର ଖୋଳତାଡ କରିବା ସହ ଅବଦୁଲ ସହ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ତାର ଖୋଳତାଡ ଆରମ୍ଭ କରିଛି । ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ବୁଲୁଥିବା ସମୟରେ ଅବଦୁଲକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବର୍ତ୍ତମାନ ସମ୍ପୁର୍ଣ୍ଣ ଦିଲ୍ଲୀକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି।