ଉତ୍ତରାଖଣ୍ଡ: ବୁଧବାର ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଲେଫଟନାଣ୍ଟ ଜେନେରାଲ ଗୁରମୀତ ସିଂହ ଧାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ପରେ ସତ୍ୟପାଲ ମହାରାଜା ମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହାସହ ଧନ ସିଂହ ରାୱତ, ଗଣେଷ ଯୋଶୀ, ରେଖା ଆର୍ଯ୍ୟ, ସୁବୋଧ ଅନିୟାଲ, ସୌରଭ ବହୁଗୁଣା, ପ୍ରେମଚନ୍ଦ ଅଗ୍ରୱାଲ ଓ ଚନ୍ଦନ ରାମ ଦାସଙ୍କୁ ରାଜ୍ୟପାଳ ଶପଥପାଠ କରାଇଥିଲେ ।