କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ୍ ନମାଜ ପାଠରେ ସାମିଲ ହୋଇଛନ୍ତି । ନମାଜ ପାଇଁ ଏକତ୍ରିତ ହୋଇଥିବା ୧୪ ହଜାର ଲୋକଙ୍କୁ ମମତା ସମ୍ବୋଧିତ କରିଛନ୍ତି । ମମତା କହିଛନ୍ତି ଯେ ଭାରତରେ ଚାଲିଥିବା ଏକକୀକରଣ ରାଜନୀତି ଠିକ୍ ନୁହେଁ । ସୂଚନାଯୋଗ୍ୟ ଯେ, ୨ ବର୍ଷ ପରେ ରେଡ ରୋଡରେ ଇଦର ନମାଜ ପାଠ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇଥିବାରୁ ମୁଁ ବେଶ୍ ଖୁସି ଅନୁଭବ କରୁଛି । ଏମିତି କେଉଁଠି ବି ହୋଇନଥାଏ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଇର୍ଷା ପରାୟଣ ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ଲାଗି ମିଥ୍ୟା ପ୍ରଚାର କରୁଛନ୍ତି ।