ଭେଟରାନ୍‌ ଆକ୍ଟର ଦିଲ୍ଲୀପ କୁମାରଙ୍କ ପରଲୋକ

ମୁମ୍ବାଇ: ଭେଟରାନ ଅଭିନେତା ଦିଲ୍ଲୀପ କୁମାର ଆଉ ନାହାନ୍ତି । ଭେଟେରାନ୍‌ ଅଭିନେତା ଦିଲ୍ଲୀପ କୁମାର ପରଲୋକ ଘଟିଛି । ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡକ୍ଟର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ । ପାର୍କର ଜୋ ବଲିଉଡର ଏହି ଟ୍ରାଜେଡି କିଙ୍ଗଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି । ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼ ଶୋକର ଛାୟା ଖେଳିଯାଇଛି