ମୋଷ୍ଟ ୱାଣ୍ଟେଡ ଅପରାଧୀ ସହ ଲେଡି ଡନ ଗିରଫ

ଉତ୍ତରପ୍ରଦେଶ: କୁଖ୍ୟାତ ଲେଡି ଡନ ଅନୁରାଧାକୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗଷ୍ଟର କାଲା ଜଠେଡି ସହ କଳା ସାମ୍ରାଜ୍ୟର ରାଣୀକୁ ମଧ୍ୟ ଗିରଫ କରାଯାଇଛି । ଉତ୍ତରାଖଣ୍ଡରୁ ଫେରୁଥିବା ବେଳେ ଧରାପଡ଼ିଛନ୍ତି ଦୁଇ ଅପରାଧୀ । ସେମାନଙ୍କ ପାଖରୁ ପିସ୍ତଲ ମଧ୍ୟ ଜବତ କରିଛି ପୋଲିସ । ଜଠେଡି ସହ ଅନୁରାଧା ୯ ମାସ ହେଲା ଲିଭ୍‌ ଇନରେ ରହୁଥିଲା ଏବଂ ତାର ପୂରା ଗ୍ୟାଙ୍ଗକୁ ଅପରେଟ କରୁଥିଲା । ଜଠେଡି ଉପରେ ଲାଗିଥିଲା ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତା ବିରୋଧରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଅନେକ ମାମଲା ରହିଛି ।