ପ୍ରିୟଙ୍କା ଗାନ୍ଧୀଙ୍କୁ କରୋନା
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ…
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହାଲୁକା ଲକ୍ଷଣ ଦେଖାଯିବା ପରେ ସେ ତାଙ୍କ କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ପ୍ରିୟଙ୍କା ନିଜକୁ କ୍ୱାରେଣ୍ଟାଇନ କରାଇ ନେଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି ସୋନିଆ ଗାନ୍ଧୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।