୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବିଫଳ ହେଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ମହିଳାଙ୍କ ନିମିତ୍ତ ୧୦୦ ମିଟର୍ ଦୌଡ଼ ପ୍ରତିଯୋଗିତାର ସେମି-ଫାଇନାଲ୍‌ରେ ଧାବିକା ଦୂତୀ ଚାନ୍ଦ ଆଜି ଅଗ୍ରଗତି କରିବାରେ ଅସଫଳ ହୋଇଛନ୍ତି। ହିଟ୍‌ ୫ରେ ଧାଇଁବା ବେଳେ ଦୂତୀ ୧୧.୫୪ ସେକେଣ୍ଡ୍‌ରେ ସୀମା ସ୍ପର୍ଶ କରିବାରୁ ୭ମ ସ୍ଥାନରେ ସ୍ଥାନୀତ ହୋଇଥିଲେ। ଫଳତଃ, ସେ ସେମି-ଫାଇନାଲ୍‌ରେ ସଫଳ ହେବାରୁ ବଞ୍ଚିତା ‌ହୋଇଛନ୍ତି।

୧୦.୮୪ ସେକେଣ୍ଡ୍‌ରେ ୧୦୦ ମିଟର୍‌ ଧାଇଁ ଜାମାଇକାର ସେଲି-ଆନ୍‌ ଫ୍ରେସର୍-ପ୍ରାଇସ୍‌ ‘ହିଟ୍‌ ୫’ରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ୧୦.୯୧ ସେକେ‌ଣ୍ଡ୍ରେ ନିର୍ଦ୍ଧାରିତ ଦୂରତ୍ବ ଅତିକ୍ରମ କରି ସ୍ବିଜର୍‌ଲାଣ୍ଡ୍‌ର ଆଜଲା ଡେଲ୍‌ ପୋଣ୍ଟେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ନାଇଜେରିଆର ଗ୍ରେସ୍‌ ଜୁବେଚି ନୌକୋଚା।