ଗୁଜରାଟ ଗସ୍ତବେଳେ ୩୦୫୦ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦୀ
ମୋଦୀଙ୍କ ଗସ୍ତରେ ସ୍ୱାସ୍ଥ୍ୟ ସଂପର୍କିତ ଭିତ୍ତିଭୂମି ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତରେ ଯାଇ ୩୦୫୦ କୋଟି ଟଙ୍କାରେ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏଥିରେ କିଛି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତରେ ସ୍ୱାସ୍ଥ୍ୟ ସଂପର୍କିତ ଭିତ୍ତିଭୂମି ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ନଭସାରୀରେ ‘ଗୁଜରାଟ ଗୌରବ ଅଭିଯାନ’ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବେ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଏଏମ୍ ନାଏକ ହେଲଥକେୟାର କମ୍ପ୍ଲେକ ଓ ନିରାଳି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।