ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ମିଳିବ କଡା ସୁରକ୍ଷା

କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି…

ନୂଆଦିଲ୍ଲୀ: ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯିବ । ଅମରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତ୍ରି-ସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ସେହିପରି ଡ୍ରୋସ ଏବଂ ସିସିଟିଭି କ୍ୟାମେରା ଜରିଆରେ ଗତିବିଧି ଉପରେ ନଜର ରଖାଯିବ । ଏହା ବାଦ୍‌ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଅନ୍ୟ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ । କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଡ୍ରୋନ ହମଲା, ଷ୍ଟିକ୍‌ ବମ ଏବଂ ଆତଙ୍କୀ ହମଲା ପରି କୌଣସି ବି ବିପଦର ମୁକାବିଲା ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ନକ୍ସା ପ୍ରସ୍ତୁତ କରାଯାଇଛି ।

ସେହିପରି ସେ କହିଛନ୍ତି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଡ୍ରୋନ, ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯିବା ସହ ଆରଏଫଆଇଡି ରଖାଯିବ । ସୂଚନାଯୋଗ୍ୟ, ନିକଟରେ ସୁରକ୍ଷାବଳ ଅମରନାଥ ଯାତ୍ରା ଉପରେ ଆତଙ୍କୀ ହମଲାର ବଡ ଷଡଯନ୍ତ୍ରକୁ ପଣ୍ଡ କରିଥିଲେ ।