ନୂଆଦିଲ୍ଲୀ: ବିହାରର ଅରରିୟା ଜିଲ୍ଲାରେ ଆଜି ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭାରତୀୟ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ପ୍ରାୟ ୫.୩୫ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେ ମାପ କରାଯାଇଛି।
ଭୂକମ୍ପ ଯୋଗୁଁ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବା ନିଶ୍ଚିତ କରି ନାହିଁ। ଏହାର ଉତ୍ପତ୍ତିସ୍ଥଳ ଥିଲା ପୁର୍ଣ୍ଣିଆ ନିକଟ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ। ଗତ କିଛି ଦିନ ହେବ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଥିଲା।