ନୂଆଦିଲ୍ଲୀ: ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ଭୋରୁ ଆଫଗାନିସ୍ତାନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଏନେଇ ସୂଚନା ଦେଇଛି।
ସୂଚନା ମୁତାବକ, ଏହି ଭୂକମ୍ପର କେନ୍ଦ୍ର ସ୍ଥଳ କାବୁଲ୍ ନଗରୀର ପୂର୍ବକୁ ୮୫ କିଲୋମିଟର୍ ଦୂରବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତର ଥିଲା। ତେବେ ଏହି ଭୂମିକମ୍ପ ଯୋଗୁ କେହି ମୃତାହତ କିମ୍ବା କିଛି ଧନସମ୍ପତ୍ତି ନଷ୍ଟ ହୋଇନାହିଁ।