ମିଜୋରାମରେ ଭୂକମ୍ପ

ନୂଆଦିଲ୍ଲୀ : ମିଜୋରାମରେ ୬.୧ ତୀବ୍ରତାରେ ଭୂକମ୍ପ ଅନୁଭତି ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍‌) ଅନୁଯାୟୀ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ସୂଚନା ଅନୁଯାୟୀ ବାଂଲାଦେଶର ଚିଟାଗଙ୍ଗ ଏବଂ ପୂର୍ବ ଭାରତୀୟ ସହର କୋଲକାତା ୨୮୦ମାଇଲ ଦୂର ଆଇଜାୱାଲରେ ଏହି ଭୂକମ୍ପ ଅନୁଭବ ହୋଇଥିଲା । ସୂଚନା ଅନୁୟାୟୀ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା ଚିଟାଗଙ୍ଗ । ଭାରତର ଭୂକମ୍ପ ମନିଟରିଂ ଏଜେନ୍ସି ଅନୁଯାୟୀ ଉତ୍ତର-ପୂର୍ବ ଭାରତ ତଥା ବାଂଲାଦେଶର ପ୍ରମୁଖ ସହରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି ।