ପାକିସ୍ତାନରେ ଭୂମିକମ୍ପର ଝଟକା

ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି….

ନୂଆଦିଲ୍ଲୀ: ମଙ୍ଗଳବାର ପାକିସ୍ତାନରେ ଭୂକମ୍ପ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି। ୬.୬ ତୀବ୍ରତାର ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଏହି ଭୂକମ୍ପର ବଡ଼ଧରଣର ଝଟକା ଅନୁଭୂତ ହୋଇଛି।

ଆମେରିକାର ରାଜ୍ୟ ଭୌଗଳିକ ସର୍ଭେ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଜୁର୍ମ ନିକଟରେ ବୋଲି କୁହାଯାଉଛି। ସେହିପରି ଏହାର ଉତ୍ପତିସ୍ଥଳ ୧୮୦ କିମି ଗଭୀରତା ବୋଲି ଆକଳନ କରାଯାଇଛି।