ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି । ସେହିପରି ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ ବୋଲି କୁହାଯାଉଛି । ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି କି ମୃତାହତ ହୋଇନାହିଁ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା । ଏହାର ତୀବ୍ରତା ୪.୪ ଥିଲା ବୋଲି ଜଣାପଡିଥିଲା ।