ଚେନ୍ନାଇ: ତାମିଲନାଡୁର ଭେଲୋର ଜିଲ୍ଲାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ସେହିପରି କର୍ଣ୍ଣାଟକରେ ମଧ୍ୟ ଭୂକମ୍ପ ଝଟକା ହୋଇଛି । ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଭେଲ୍ଲୋର ଠାରୁ ୫୦ କିଲୋମିଟର ନୂର ପଶ୍ଚିମ-ଉତ୍ତର ଅଞ୍ଚଳରେ ୨ଟା ୧୫ ମିନିଟରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
ଯାହାଫଳରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ସେହିପରି ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ମୁତାବକ, କର୍ଣ୍ଣାଟକର ଚିକ୍କବାଲାପୁରାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।