ଦରବୃଦ୍ଧି ହୋଇପାରେ ଖାଇବା ତେଲ!

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ୟୁଦ୍ଧ ମଧ୍ୟରେ ବିଶ୍ୱ ବଜାରରେ ଦେଖାଦେଲାଣି ମହଙ୍ଗା ମାଡ । ଏହାରି ଭିତରେ ଖାଇବା ତେଲ ମଧ୍ୟ ମହଙ୍ଗା ହୋଇପାରେ ବୋଲି ଜଣାପଡିଛି । ସେହିପରି ରୁଷ-ୟୁକ୍ରେନ ଗହମ ଓ ମକା ରପ୍ତାନିରେ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସୂର୍ଯ୍ୟମୁଖୀ ଉତ୍ପାଦ ରପ୍ତାନିରେ ମିଳିତ ଯୋଗଦାନ ୫୦% ରହିଛି । ଏଭଳି କ୍ଷେତ୍ରରେ ଖାଇବା ତେଲ ମହଙ୍ଗା ହେବା ନେଇ ବିଶେଷଜ୍ଞମାନେ ଆଶା କରିଛନ୍ତି ।

ଅନ୍ୟପକ୍ଷରେ ରୁଷ ଉପରେ କଟକଣା ଫଳରେ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇପାରେ । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ପ୍ରତିଶତ ବୃଦ୍ଧି ହେଲାଣି । ରୁଷ-ୟୁକ୍ରେନ ସଂକଟ ମଧ୍ୟରେ ଅଶୋଧିତ ବ୍ୟାରେଲ ପିଛା ଏହା ୧୦୦ ଡଲାର ପାର କଲାରି । ଏହାରି ଭିତରେ ଭାରତରେ ମଧ୍ୟ ସମସ୍ୟା ଦେଖା ଦେଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।