ଇମ୍ଫାଲ: ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି । ଏଥିରେ ୭ ଜଣ ଯବାନ ସହିଦ ହେବା ସହ ୨୫ ଜଣ ନିଖୋଜ ଅଛନ୍ତି । ଭାରାତୀୟ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଭୁସ୍ଖଳନ ଯୋଗୁ ଫସି ରହିଥିବା ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ଚିକିତ୍ସା ପାଇଁ ସେନା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଭୂସ୍ଖଳନ ଯୋଗୁ ଇଜାଇ ନଦୀ ପ୍ରଭାବିତ ହୋଇଛି । ଫଳରେ ନଦୀର ଜଳସ୍ତର ବଢ଼ି ବନ୍ୟା ଆସିବା ଆଶଙ୍କା ରହିଛି । ସେପଟେ ଭୂସ୍ଖଳନ ଓ ଖରାପ ପାଣିପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତଥାପି ନିଖୋଜ ଯବାନଙ୍କ ଖୋଜା ଚାଲିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ସମେତ ଡାକ୍ତରଙ୍କ ଏକ ଟିମ ମଧ୍ୟ ଉପସ୍ଥିତ ଅଛି ।