ନୂଆଦିଲ୍ଲୀ : ଗୁଜରାଟର କଚ୍ଛ ଉପକୂଳରୁ ୧୧ଟି ପାକିସ୍ତାନୀ ମାଛଧରା ବୋଟ ବିଏସଏଫ ଯବାନମାନେ ଜବତ କରିଛନ୍ତି । ତେବେ ସେଥିରେ ଥିବା ମତ୍ସ୍ୟଜୀବୀଙ୍କର କୌଣସି ପତ୍ତା ମିଳିନାହିଁ ।
ସୂଚନା ଅନୁସାରେ ଭାରତ-ପାକ ଅନ୍ତର୍ଜାତୀୟ ଜଳସୀମାର ବୋଟ ସହାୟତାରେ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ନେଇ ସୂଚନା ମିଳିଥିଲା । ଫଳରେ ଯବାନମାନେ ସେଠାକୁ ଯାଇ ତଲାସୀ ଆରମ୍ଭ କରିଥିଲେ । କିନ୍ତୁ ଯେବାନମାନେ ତଲାସୀ ବେଳେ କେବଳ ବୋଟ୍ ପାଇଥିଲେ । ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନଙ୍କର କୌଣସି ପତ୍ତା ମିଳିନଥିଲା ।