ଆବୁଧାବି ଯାଉଥିବା ବିମାନର ଜରୁରୀ ଅବତରଣ

ପରିସ୍ଥିତିରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାର ତଦନ୍ତ କରାଯିବା…

ଅହମ୍ମଦାବାଦ : ବାଂଲାଦେଶରୁ ଆବୁଧାବି ଯାଉଥିବା ଏୟାର ଆରବିଆ ଏୟାର-ଲାଇନ୍ସର ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯିବା ଫଳରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଏହି ଘଟଣାରେ ବେସାମରିକ ଉଡାଣ ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି । କେଉଁ ପରିସ୍ଥିତିରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାର ତଦନ୍ତ କରାଯିବା । ସାଉଦି ଆରବିଆ ଏୟାର ଲାଇନ୍ସର ଏ୩୨୦-ଏ୬-ଏଓଟି ବିମାନଟି ବାଂଲାଦେଶରୁ ଉଡାଣ ଭରିଥିଲା ।

ଭାରତୀୟ ଆକାଶ ସୀମାରେ ଉଡୁଥିବା ବେଳେ ବିମାନର ଗୋଟିଏ ଇଞ୍ଜିନରେ କିଛି ଯାନ୍ତ୍ରିକ ତ୍ରୁଟିଥିବା ସୂଚନା ପାଇଥିଲେ ବିମାନର ବୈଷୟିକ ଟିମ । ବିମାନରେ ଇସିଏମ୍‌ଏ ଚେତାବନୀ ମଧ୍ୟ ଜାରି ହୋଇଥିଲା । ପରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ବିମାନଟି ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଅବତରଣ କରିଥିଲା ।