କର୍ମଚାରୀଙ୍କୁ ଦୁଃଖ ମନାଇବା ପାଇଁ ୧୦ ଦିନିଆ ଛୁଟି ମଂଜୁର

ବେଜିଂ: ମନଟି ଦୁଃଖ ଥିଲେ, ଜଣେ କର୍ମଚାରୀ କେବେ ମନ ଲଗାଇ କାମ କରି ପାରିବନି । ଏହିଭଳି ଏକ ବିଚାର ମୁଣ୍ଡରେ ଢୁକିବା ପରେ ଚୀନର ଗୋଟିଏ କମ୍ପାନୀ ତା’ର କର୍ମଚାରୀଙ୍କୁ ୧୦ ଦିନ ପାଇଁ ଉଦାସିଆ ଛୁଟି ମଂଜୁର କରିଛି । ୧୦ ଦିନବ୍ୟାପୀ ଉଦାସିଆ ଛୁଟି ସହିତ ସରକାରୀ ଛୁଟିଗୁଡ଼ିକର କୌଣସି ସଂପର୍କ ନାହିଁ । କର୍ମଚାରୀମାନେ ସେମାନଙ୍କ ଇଛାନୁସାରେ ଯୋଉ ଦିନଟିକୁ ଉଦାସିଆ ଛୁଟି ଭାବେ ପାଳନ କରିବାକୁ ଚାହିଁବେ, ଆଗୁଆ ଦରଖାସ୍ତ ଦେଇ ଛୁଟି ମଂଜୁର କରିପାରିବେ ।

ଚାଇନା ସୁପର ମାର୍କେଟ୍‌ ‘ଫ୍ୟାଟ୍‌ ଡଙ୍ଗ ଲାଇ’ ପକ୍ଷରୁ ଏଭଳି ବାର୍ଷିକ ଛୁଟି ମଂଜୁର କରାଯାଇଛି । ସଂସ୍ଥାଟିର ଏପରି ଚିନ୍ତାଧାରାକୁ ଅନ୍ୟ ସଂସ୍ଥାମାନେ ଆଦରି ନେଇପାରନ୍ତି ।