ଜାମ୍ମୁ-କାଶ୍ମୀର: ଉତ୍ତର କାଶ୍ମୀରର ବାରାମୂଳାରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ସୁରକ୍ଷା ବଳ ସହ ସଂଘର୍ଷ ସମୟରେ ଲସ୍କର-ଏ-ତୈୟବାର ୧୨ ଲକ୍ଷ ଟଙ୍କା ପୁରସ୍କାର ଥିବା ଆତଙ୍କବାଦୀ ପ୍ରାଣ ହରାଇଛି । ସେହିପରି ସେଠାରେ ୩/୪ଜଣ ଆତଙ୍କବାଦୀ ରହିଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଉତ୍ତର କଶ୍ମୀରର ବାରାମୂଳା ଜିଲ୍ଲାର ମାଲବା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳ ଓ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା ।
ଏହି ସମୟରେ ଆତଙ୍କବାଦୀମାନେ ଅନ୍ଧାରର ସୁଯୋଗ ନେଇ ପ୍ରଥମେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷା ବଳ ମୋର୍ଚ୍ଚା ସମ୍ଭାଳିବାକୁ ଯାଇ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଗୁଳି ଚଳାଇଥିଲେ ।