ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା
ଦ୍ୱିତୀୟ ଆତଙ୍କବାଦୀକୁ ଖୋଜି ବାହାର କରିବା ଳାଗି ତଲାସ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି….
ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାରମୁଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଆବାସିକ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଥିଲା । ନିହତ ଆତଙ୍କବାଦୀ ଜଣକ ସେମାନଙ୍କ ମଧ୍ୟରୁ ଜଣେ । ଦ୍ୱିତୀୟ ଆତଙ୍କବାଦୀକୁ ଖୋଜି ବାହାର କରିବା ଳାଗି ତଲାସ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବାରମୂଳା ଜିଲ୍ଲାର କ୍ରୀରି ଅଞ୍ଚଳ ଅନ୍ତର୍ଗତ ୱାନିଗ୍ରାମ ବାଲାରେ ନିରାପତ୍ତା ବଳ କଡ଼ନ ଆଣ୍ଡ ସର୍ଚ୍ଚ ଅଭିଯାନ ଚଳାଇଥିଲେ । ଆତ୍ମଗୋପନ କାରୀ ଆତଙ୍କବାଦୀମାନେ ନିରାବତ୍ତା ବଳ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚାଳନା କରିଥିଲେ ।