ଏଲଓସିରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ
ଜାମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସୀମା ଅତିକ୍ରମ କରୁଥିବା ଜଣେ……
ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସୀମା ଅତିକ୍ରମ କରୁଥିବା ଜଣେ ଆତଙ୍କବାଦୀକୁ ସେନାର ଗୁଳିରେ ନିହତ ହୋଇଛି । ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି କରିଥିଲା । ଜବାବୀ କାର୍ଯ୍ୟାନୁଷ୍ଠାନ ସମୟରେ ସେ ନିହତ ହୋଇଥିଲା । ଆତଙ୍କବାଦୀର ମୃତଦେହ ଜବତ ହୋଇଛି । ସେ କହିଛନ୍ତି ଯେ ଘଟଣାସ୍ଥଳକୁ ଅତିରିକ୍ତ ସେନା ପଠାଯାଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଜୁନିମାର ଅଞ୍ଚଳରେ ଜନ ରୋଡ ଉପରେ ଆତଙ୍କବାଦୀମାନେ ଜାମ୍ମୁ-କଶ୍ମୀର ପୋଲିସ କନଷ୍ଟେବଳ ଗୁଲାମ ହାସନ ଉପରେ ଗୁଳିମାଡ କରିଥିଲେ ।